Odisha Link
Bridging the Missing Links in Odisha

କୋଟିପତି କିରାଣୀ ଗିରଫ

ଭୁବନେଶ୍ବର: ଗିରଫ ହେଲେ କୋଟିପତି କିରାଣୀ। ଭୁବନେଶ୍ବର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ର ଗତକାଲି ଉଦୟନାଥ ଜେନାଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ ଆୟଠାରୁ ବ୍ୟୟର ୨ଶହ ପ୍ରତିଶତ ଅଧିକ ସମ୍ପତ୍ତି ଜବତ ହୋଇଛି।

ଗତକାଲି ଉଦୟଙ୍କ ଭୁବନେଶ୍ୱର ସରକାରୀ କାର୍ଯ୍ୟାଳୟ, ସୁନ୍ଦରପଦା ଘରେ ରେଡ୍ ହୋଇଥିଲା। କେନ୍ଦ୍ରାପଡା ରାଜନଗର ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ ହୋଇଥିଲ । ତାଙ୍କ ନାଁରେ ସାତଟି ପ୍ଲଟ୍ ଠାବ ହୋଇଛି । ଚଢାଉରେ ୧ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ଉଦୟନାଥ ୨କୋଟିରୁ ଅଧିକ ଟଙ୍କାର ମାଲିକ। ତାଙ୍କ ନାଁରେ ୭ଟି ଜମି, ୨ଟି ଘର, ପତ୍ନୀଙ୍କ ନାଁରେ ବି ରହିଛି ଜମି। ଜମିର ମୂଲ୍ୟ ୧କୋଟି ୩୨ଲକ୍ଷ ଟଙ୍କାରୁ ଅଧିକ ରହିଛି।

Comments are closed.