Odisha Link
Bridging the Missing Links in Odisha

୫ ଲକ୍ଷ ଟଙ୍କାର ବାଣ ଜବତ

ରାଉରକେଲା: ବାଣ ଗୋଦାମ ଉପରେ ଚଢ଼ଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ। ଆଜି ସକାଳେ ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ୩ଟି ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରିଛି। କରୋନା ମହାମାରୀ ପାଇଁ ଏଥର ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଏହି ଗୋଦାମରେ ବେଆଇନ ଭାବେ ବାଣ ଗଚ୍ଛିତ ହୋଇ ରହିଥିଲା।

ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପୋଲିସ ବାଣ ଜବତ କରିବା ସହ ବେପାରୀ ବବଲୀ କୁଲୁକୁ ଗିରଫ କରିଛିl ଡିଏସପି ଅସୀମ ପଣ୍ଡାଙ୍କ ନେତୃତ୍ୱରେ ବନ୍ଧମୁଣ୍ଡା ପୁଲିସ ବବଲୀର ଡିଜେଲ କଲୋନି, ଡି ସେକ୍ଟର ମାର୍କେଟ, ତାର ନିଜ ଗାଁ ଡୁମେର୍ତ୍ତାର ଗୋଦାମରେ ଚଢ଼ଉ କରିଥିଲେl

Comments are closed.