Odisha Link
Bridging the Missing Links in Odisha

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଳଙ୍କୁ ଏନସିବିର ପଚରାଉଚରା

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ କଡ଼ା ନଜର ରଖିଛି ଏନସିବି। ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଳଙ୍କ ନାଁ ସାମ୍ନାକୁ ଆସିବା ପରେ ଅର୍ଜୁନ ରାମପାଳଙ୍କୁ ସମନ ପଠାଇଥିଲା ଏନସିବି। ସମନ ପରେ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଭିନେତା ଅର୍ଜୁନ ରାମପାଳ। ଡ୍ରଗ୍ସ ଲିଙ୍କ୍ ନେଇ ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରୁଛି ଏନସିବି।

ଏହାପୂର୍ବରୁ ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କୁ ଏନସିବି ପଚରାଉଚରା କରିଥିଲା। ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଅର୍ଜୁନ ରାମପାଳଙ୍କ ଘରେ ଏନସିବିର ସର୍ଚ୍ଚ ଅପରେସନ କରିଥିଲା।

ସୂଚନାଯୋଗ୍ୟ, ଏନସିବି ଅଷ୍ଟ୍ରେଲିଆ ମୂଳ ଆର୍କିଟେକ୍ଟ ପଲ ବର୍ଟଲଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି। ପଲ ବର୍ଟଲ ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କ ଭାଇ। ପଲ ବର୍ଟଲ ଡ୍ରଗ୍ସ ଲିଙ୍କ୍‌ରେ ସମ୍ପୃକ୍ତ ଥିଲେଏବଂ ସେ ଅର୍ଜୁନଙ୍କ ଖାସ ଲୋକ ଥିଲେ। ଏନସିବି ସୂଚନା ଅନୁଯାୟୀ ଅର୍ଜୁନ ରାମପାଳ ଓ ପଲ ବର୍ଟରଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯାଇପାରେ।

Comments are closed.