Odisha Link
Bridging the Missing Links in Odisha

କଟକରୁ ପୁଣି ଜବତ ହେଲା ନକଲି ମସଲା କାରଖାନା

କଟକ: ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ହବ୍ ପାଲଟିଛି କଟକ। କଟକରୁ ପୁଣି ଜବତ ହେଲା ଭେଜାଲ ମସଲା କାରଖାନା। ମାଲ୍‌ଗୋଦାମ ପରେ କମିଶନରେଟ୍‌ ପୁଲିସ ଜଗତପୁର ଅଞ୍ଚଳରେ ଭେଜାଲ ମସଲା କାରଖାନା ଉପରେ ଚଢ଼ଉ କରି ପ୍ରଚୁର ପରିମାଣର ଅପମିଶ୍ରିତ ମସଲା ଜବତ କରିଛ। ଏଥି ସହିତ କାରଖାନାକୁ ସିଲ କରାଯାଇଥିବା ବେଳେ କାରଖାନାକୁ ଚଳାଉଥିବା ବାପି ପୃଷ୍ଟି ନାମକ ବ୍ୟକ୍ତି ଓ ତାଙ୍କୁ ସହଯୋଗକୁ ପୁଲିସ ଗିରଫ କରିଛି।

ସୂଚନା ମୁତାବିକ, ପୁଲିସ ଏକ ସ୍ବତନ୍ତ୍ର ସ୍କାର୍ଡ ଜଗତପୁର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ର ଜାଗାଟପୁରରେ ଠାରେ ଏକ ଅପମିଶ୍ରିତ ହଳଦୀ ଓ ଲାଙ୍କା ଗୁଣ୍ଡ କାରଖାନାରୁ ଚଢ଼ଉ କରି ୫୦ କ୍ବାଇଣ୍ଟାଲରୁ ଅଧିକ ଭେଜାଲ ମସଲା ଜବତ କରିଛି। ଏଥି ସହିତ ନାମିଦାମୀ ଷ୍ଟିକର ସହ ବିପୁଳ କଞ୍ଚାମାଲ ଓ ମେସିନ୍ ଜବତ କରାଯାଇଛି।

ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ନାଁରେ ବଜାରରେ ନକଲି ସାମଗ୍ରୀ ବିକ୍ରି ହେଉଥିଲା । ବିନା ଲାଇସେନ୍ସରେ କାରଖାନା ଚାଲିଉଥିବା ଅଭିଯୋଗରେ ୨ଜଣକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି।

Comments are closed.