Odisha Link
Bridging the Missing Links in Odisha

ଦୁର୍ଘଟଣା: ଭାରସାମ୍ୟ ହରାଇ ଘର ଭିତରେ ପଶିଲା ୧୨ ଚକିଆ ଟ୍ରକ୍, ତାପରେ…

ଘଟଗାଁ: ସକାଳୁ ସକାଳୁ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା ୧୨ ଚକିଆ ଟ୍ରକ୍। ମିଳିଥିବା ସୂଚନା ମୁତାବିକ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଅପରପକ୍ଷେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଢିଙ୍କିକୋଟ ବଜାରରେ ନିକଟରେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୩ଘଟିକା ସମୟରେ OR-08-P-5746 ନମ୍ବରର ଏକ ୧୨ ଚକିଆ ଟ୍ରକଟି ପାରାଦୀପରୁ କେନ୍ଦୁଝର ଯାଉଥିଲା। କିନ୍ତୁ କେନ୍ଦୁଝର ଯିବା ରାସ୍ତାରେ ଢିଙ୍କିକୋଟ ବଜାର ନିକଟରେ ଥିବା ଓଭରବ୍ରିଜ ତଳ ସର୍ଭିସ ରୋଡକୁ ଖସିପଡିଥିଲା। ଏହାପରେ ନିକଟରେ ଥିବା ଜଣଙ୍କ ଘରକୁ ପଶିଯାଇଥିଲା। ତେବେ ସେହି ଘରେ ତିନିଜଣ ଶୋଇଥିଲେ ମଧ୍ୟ କାହାର କିଛି ହୋଇନଥିବା ଜଣାପଡିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ୍‌ ପହଂଚି ଗାଡିଟିକୁ ଜବତ କରିଛି। ଘର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।

ଅପରପକ୍ଷେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ଗାଡିଟି ଭାରସ୍ୟାମ ହରାଇ ଓଭର ବ୍ରିଜ ରାସ୍ତା ତଳକୁ ଖସିପଡିଛି । ଗାଡିଟି ତଳକୁ ଖସିବା ସହିତ ସିଧା ଯାଇ ସର୍ଭିସ୍ ରୋଡ ପାର୍ଶ୍ବରେ ଥିବା ଅରୁଣ କୁମାର ମହାନ୍ତିଙ୍କ ଘରେ ଧକ୍କା ହୋଇଛି।

Comments are closed.