Odisha Link
Bridging the Missing Links in Odisha

ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ପାଞ୍ଚ ବର୍ଷିଆ ବିଏଏଲ୍‌ଏଲ୍‌ବି ପାଠ୍ୟକ୍ରମ ଆରମ୍ଭ, ନୂଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

ଖୋର୍ଦ୍ଧା: ସ୍ଥାନୀୟ ଖୋର୍ଦ୍ଧା ଲ’ କଲେଜରେ ପାଞ୍ଚବର୍ଷିଆ ବିଏଏଲ୍‌ଏଲ୍‌ବି (ଅନର୍ସ) ପାଠ୍ୟକ୍ରମ ୨୦୨୦-୨୫ର ଶିକ୍ଷାର୍ଥୀମାନଙ୍କୁ ସ୍ବାଗତ କରାଯାଇଛି। ଏ ଅବସରରେ ଆୟୋଜିତ ଇଣ୍ଡକ୍ସନ୍‌ ସମାରୋହରେ ଫକୀର ମୋହନ ବିଶ୍ବବିଦ୍ୟାଳୟରର ପ୍ରାକ୍ତନ କୁଳପିତି ଡ. କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂ୍ର୍ବତନ କୁଳ ସଚିବ ପ୍ରଫେସର ଡ. ନରାୟଣ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂତନବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ସାଧାରଣ ଜନଜୀବନରେ ଆଇନ ପାଠ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ଡକ୍ଟର ଦାସ। ସେ ପଣ୍ଡିତ ଜବହରଲାଲ ନେହରୁ, ସରଦାର ବଲ୍ଲବଭାଇ ପଟେଲ, ବିଆର୍‌ ଆମ୍ବେଦକର ଓ ମହାମାନବ ମହାତ୍ମା ଗାନ୍ଧୀ, ସର୍ବୋପରି ଆମ ରାଜ୍ୟର ମଧୁସୂଦନ ଦାସଙ୍କ ଭଳି ଆଇନଜ୍ଞମାନଙ୍କର ଲୋକପ୍ରିୟତା ଓ ଦେଶ ଗଠନରେ ଭୂମିକା ଉପରେ ବିସ୍ତାର ବକ୍ତବ୍ୟ ରଖିଥିଲେ ଡ. ଦାସ। ଆଇନଛାତ୍ରଛାତ୍ରୀ ଏଭଳି ବ୍ୟକ୍ତିତ୍ବଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଏକ ଲିଗାଲ ହବ୍‌ ଖୋଲିବା ପାଇଁ ଖୋର୍ଦ୍ଧା ଲ’ କଲେଜ ମ୍ୟାନେଜମେଣ୍ଟର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ଡ. ରାଓ। ଏହି ମହାବିଦ୍ୟାଳୟର ନିରନ୍ତନ ପ୍ରଚେଷ୍ଟା ହେତୁ ଖୋର୍ଦ୍ଧାରେ ଆଇନ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଲ’ କଲେଜର ଉପସଭାପତି ଗଜେନ୍ଦ୍ରନାଥ ସମନ୍ତରାୟ ଅଧକ୍ଷତା କରିଥିବା ବେଳେ ସଂପାଦକ ସୁଧୀର ମାନସିଂହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଡ. ବିଷ୍ଣୁଚରଣ ସାହୁ, ଶିକ୍ଷାବିତ ସତ୍ୟବାଦୀ ବଳିଆରସିଂହ, ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା, ଅଧ୍ୟାପକ ଡ. ନିରଞ୍ଜନ ପରିଡା ଓ ଅଧ୍ୟାପକ ଗିରିଶ ରଂଜନ ସାହୁ ପ୍ରଭୁତି ନୂତନ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଏ ଅବସରରେ ମୁଖ୍ୟଅତିଥି ଡ. ଦାସ ନୂତନ ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକ୍‌ କିଟ୍‌ ଓ କୋଭିଡ୍‌ କିଟ୍‌ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟପିକା ପିଆଲୀ ବିଶ୍ବାସ। ଅଧ୍ୟାପକ ସନ୍ତୋଷ କୁମାର ବେହେରା, ସନ୍ଦୀପ ମାନସିଂହ ଓ ମହାବିଦ୍ୟାଳୟର ଅନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ସଂପାଦନରେ ସହଯୋଗ କରିଥିଲେ।

୨୦୧୬ ମସିହା ଠାରୁ ରାଜ୍ୟ ସରକାରଙ୍କ ଅନୁମତି ପାଇ ଖୋର୍ଦ୍ଧା ଲ’ କଲେଜରେ ୩ ବର୍ଷିଆ ଏଲ୍ଏଲ୍‌ବି ଡିଗ୍ରୀ ପାଠ୍ୟକ୍ରମ ସଫଳତାର ସହ ଚାଲିଆସିଛି । ୨୦୧୮-୧୯ ଓ ୨୦୧୯-୨୦ ଦୁଇଟି ବ୍ୟାଚ୍ ଛାତ୍ରଛାତ୍ରୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଠାରେ ୯୦ ଆସନ ବିଶିଷ୍ଟ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଛି। ଏହି ମହାବିଦ୍ୟାଳୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

Comments are closed.