Odisha Link
Bridging the Missing Links in Odisha

ଜବତ ହେଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ: ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରିଛନ୍ତି ପୋଲିସ। କୋରାପୁଟ ଏସପି ମୁକେଶ ଭାମୋ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ। ଏନେଇ ନନ୍ଦପୁର ଏସଡିପିଓଙ୍କୁ ସୂଚନା ଦେଇଥିଲେ।

ଏସପି ଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗୁନେଇପଡ଼ା ଅଞ୍ଚଳରରେ ରାତ୍ରି ପାଟ୍ରୋଲିଂ କରିଥିଲେ। ତେବେ ରାତ୍ରି ପାଟ୍ରୋଲିଂ ସମୟରେ ଏନୁଗୁ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଗୁନେଇ ପଡ଼ା ନିକଟସ୍ଥ ଶିବ ମନ୍ଦିର ଛକରେ ଅଟକାଇଥିଲା ପୋଲିସ। ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ୍‌। ଟ୍ରକରେ ଗଞ୍ଜେଇ ଭର୍ତି ରହିଥିବା ନେଇ ପୋଲିସ ୨ଜଣକୁ ଅଟକ ରଖି ମାଛକୁଣ୍ଡ ଥାନାକୁ ଆଣିଥିଲେ।

ପରେ ଜବତ ଟ୍ରକରୁ ୧୬ଟି ବ୍ୟାଗରୁ ପ୍ରାୟ ୩୨୧କେଜି ୮ଶହ ଗ୍ରାମ ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ ନାମକ ୨ଜଣ ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଥିଲା।

ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଏନୁଗୁ ଅଞ୍ଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିମ ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

Comments are closed.