Odisha Link
Bridging the Missing Links in Odisha

ବିଧାନସଭା: ଏଥର ବି ପ୍ରଶ୍ନକାଳ ରହିବନି

ଭୁବନେଶ୍ୱର: ଆଜି ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଆସନ୍ତା ୨୦ରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ। ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Comments are closed.