Odisha Link
Bridging the Missing Links in Odisha

ହାଇକୋର୍ଟରେ ହାଜର ହେଲେ ଡିଜିପି

କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଏନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ହାଜର ହେଲେ ଡିଜିପି। ଏହା ସହିତ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ମୁଦା ଲଫାପାରେ ତଦନ୍ତ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି। ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Comments are closed.