ବୟସ୍କ ଓ ପ୍ରସୂତିଙ୍କୁ ଟିକାରେ ଅଗ୍ରାଧିକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ଟିକାରେ ଅଗ୍ରାଧିକାର ନେଇ ଘୋଷଣା। ଆଜି କରୋନା ମୁକାବିଲା ସମୀକ୍ଷାରେ ବେଳେ ଅଗ୍ରାଧିକାର ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ଆସିଲେ ପ୍ରଥମେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ। ଏଥିସହିତ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ସ୍ବାସ୍ଥ୍ୟକର୍ମୀଙ୍କ ସହ ଏମାନଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ମିଳିବ।