Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୩୦୩ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି। ନୂତନ ସଂକ୍ରମିତଙ୍କ ତୁଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦୩ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୧,୭୭୭ରେ ପହଞ୍ଚିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଜରିଆରେ ସୂଚନା ଦିଆଯାଇଛି।

କଟକ ଜିଲ୍ଲାରୁ ସର୍ବାଧିକ ୧୦୮ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ଏହି ପରି ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, କେନ୍ଦ୍ରାପଡାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, ବଲାଙ୍ଗୀରରୁ ୪୬, ନୟାଗଡରୁ ୪୦, କୋରାପୁଟରୁ ୩୮, ବରଗଡ ଜିଲ୍ଲାରୁ ୩୭, ନୂଆପଡାରୁ ୩୭, ପୁରୀରୁ ୩୪, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଞ୍ଜାମରୁ ୨୬, ସୋନପୁରରୁ ୨୫, ନବରଙ୍ଗପୁରରୁ ୨୨, ରାୟଗଡାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ବୌଦ୍ଧରୁ ୭, ଗଜପତିରୁ ୪, ଦେବଗଡରୁ ୩ ଓ ଭଦ୍ରକରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୦୯୨୦ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୫୭୫ରେ ପହଞ୍ଚିଛି।

Comments are closed.