Odisha Link
Bridging the Missing Links in Odisha

ଶାରୀରିକ ସଂପର୍କ ରଖିଲେ ମିଳିବ ଘର !

କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ଘର। ସରକାର ଗରିବ ଓ ଅସହାୟଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ସାମିଲ ହେବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର କଛାରପାଲି ସରପଞ୍ଚ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିଛି।

ଅଭିଯୋଗ ମୁତାବକ, ସେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଘରଟିଏ ପାଇଁ ସରପଞ୍ଚଙ୍କୁ ନିବେଦନ କରିଥିଲେ। ତେବେ ସରପଞ୍ଚ ଘର ଦେବା ବାହାନାରେ ତାଙ୍କ ଫୋନ୍ ନମ୍ବର ନେଇ ସେଥିରେ ପ୍ରେମ ନିବେଦନ କରିବା ସହ ତାଙ୍କ ଘରକୁ ଆସି ଶାରୀରିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲେ। ଏମିତିକି ଏକଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ।ସରପଞ୍ଚଙ୍କ ଏଭଳି ଅଶାଳୀନ ଆଚରଣରେ ଅତିଷ୍ଠ ହୋଇ ଶେଷରେ ଯୁବତୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏନେଇ ରାମପୁର ଥାନାରେ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସରପଞ୍ଚ ରମେଶ ସାହୁଙ୍କୁ ଡାକି ପଚରାଉଚରା କରୁଛି। ଏହି ମାମଲାରେ ସାଲେପାଲି ସରପଞ୍ଚ କିନ୍ତୁ ଏସବୁ ଘଟଣାକୁ ଅସ୍ୱୀକାର କରିବା ସହ ତାଙ୍କ ବିରୋଧରେ ବିରୋଧୀଙ୍କ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି। କେସିଙ୍ଗା ଏସଡିପିଓ ଏହି ଘଟଣାର ତଦନ୍ତ କରୁଛନ୍ତି।

Comments are closed.