Odisha Link
Bridging the Missing Links in Odisha

ପୁରୀ ପାଇଁ ମୁଁ ପରିଚୟ ପାଇଛି: ସମ୍ବିତ

ଭୁବନେଶ୍ବର: ସମ୍ବିତଙ୍କ ପାଇଁ ପୁରୀକୁ ଦେଶବାସୀ ଚିହ୍ନିଲେ ବୋଲି ଲେଖାଶ୍ରୀ ଦେଇଥିବା ବିବାଦୀୟ ବୟାନକୁ ବିଭିନ୍ନ ମହଲରୁ ପ୍ରତିବାଦ ହେବା ପରେ ଆଜି ଏନେଇ ମୁହଁ ଖୋଲିଛନ୍ତି ସମ୍ବିତ ପାତ୍ର। ଏକ ଭିଡ଼ିଓ ଜାରି କରି ସମ୍ବିତ କହିଛନ୍ତି, ପୁରୀ ପାଇଁ ମୁଁ ପରିଚିତ ହୋଇଛି। ପୁରୀରୁ ନିର୍ବାଚନ ଲଢିବା ପରେ ମୋତେ ଲୋକେ ଚିହ୍ନିଲେ।

ଓଡ଼ିଶାକୁ ବିଶ୍ବରେ ପରିଚିତ କରିବାର ମୁଖ୍ୟ କାରଣ ହେଉଛନ୍ତି ଜଗନ୍ନାଥ। ପୁରୀ ଧାମ, ପ୍ରଭୁ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ବ ଓଡ଼ିଶାକୁ ଚିହ୍ନୁଛି। ମୋତେ କେହି ଚିହ୍ନି ନଥିଲେ, ପୁରୀ ଆସିବାରୁ ସମସ୍ତେ ଚିହ୍ନିଲେ।

ଏଥିସହିତ ସମ୍ବିତ ଶ୍ରୀ ମନ୍ଦିର ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସମ୍ବିତ କହିଛିନ୍ତି ଯେ, ଭକ୍ତ, ସେବାୟତ, ସାଧାରଣ ଲୋକ ଚାହୁଁଛନ୍ତି ଶ୍ରୀ ମନ୍ଦିର ଖୋଲାଯାଉ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ରଖାନଯାଉ। ଅନୁଶାସିତ ଭାବେ ମନ୍ଦିର ଖୋଲିବାକୁ ରାଜ୍ୟ ସରକାର ଚେଷ୍ଟା କରନ୍ତୁ।

Comments are closed.