Odisha Link
Bridging the Missing Links in Odisha

ଉଦିତନଗର ଖେଳ ପଡିଆରେ ନିଆଁ

ରାଉରକେଲା: ଉଦିତନଗର ଖେଳ ପଡିଆରେ ନିଆଁ। ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ଖେଳ ପଡିଆରେ ଏଲ୍ ଆଣ୍ଡଟି କମ୍ପାନୀ ପକ୍ଷରୁ ପାଇପ୍ ରଖାଯାଇଥିଲା ସେଥିରେ ନିଆଁ ଲାଗିଯାଇଛି। ଆଜି ଦିନ ୧୨ଟା ୨୫ରେ ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିଶମ ବିଭାଗ ଓ ଆରଏସପିର ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିଆଁର ମାତ୍ରା ଅଧିକ ଥିବାରୁ ପାଖରେ ଦୋକାନୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅଗ୍ନିକାଣ୍ଡ ପ୍ରକୋପରେ ପାଖରେ ଥିବା ଗଛ ଜଳି ଯାଇଛି ଏବଂ ଲକ୍ଷାଧିକ ଟଙ୍କାର ପାଇପ୍ ପୋଡ଼ି ନଷ୍ଟ ହୋଇଯାଇଛି।

Comments are closed.