Odisha Link
Bridging the Missing Links in Odisha

ଏକାଠି ନଜର ଆସୁଛନ୍ତି କିଆରା ଓ ବରୁନ୍

ମୁମ୍ବାଇ : ଏକାଠି ନଜର ଆସୁଛନ୍ତି କିଆରା ଆଡ୍‌ଭାନୀ ଓ ବରୁନ୍ ଧାୱନ।  ଖୁବ ଶୀଘ୍ର ଉଭୟଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ସିନେମା ‘ଜୁଗ୍‌ ଜୁଗ୍‌ ଜିୟୋ’ର ପ୍ରଥମ ଲୁକ୍ କୁ କିଆରା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ସେ କିଛି ଫଟୋ ସେୟାର କରିବା ସହ କିଆରା ଶିରୋନାମାରେ ଲେଖିଛନ୍ତି ‘# ଜୁଗ୍‌ ଜୁଗ୍‌ ଜିୟୋ, ହାପି ହଜ୍‌ବ୍ୟାଣ୍ଡ୍‌ ହାପି ଲାଇଫ୍‌!’ କେବଳ କିଆରା ନୁହନ୍ତି ବରୁନ୍‌ ଧାୱନ୍‌ରେ ଇନ୍‌ଷ୍ଟାରେ ଏନେଇ କିଛି ଫଟୋ ସେୟାର କରିଛନ୍ତି। ଏଥିରେ ଅନିଲ କପୁର ଓ ନିତୁ କପୁରଙ୍କୁ ବି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ରର ସୁଟିଂ ଚଣ୍ଡିଗଡ଼ରେ ଚାଲିଥିବା ବେଳେ ଚଳଚ୍ଚିତ୍ର ସୁଟିଂ ସମୟର ଏକ ଫଟୋ ସେୟାର କରି କରନ ଜୋହର ବଡ଼ମାନଙ୍କ ଆଶୀର୍ବାଦ କାମନା କରିଛନ୍ତି। ଦୀର୍ଘ ବର୍ଷ ପରେ ଚଳଚ୍ଚିତ୍ରକୁ ‌ଓ ସୁଟିଂକୁ ଫେରିଥିବା ଦିଗ୍‌ଗଜ୍‌ ଅଭିନେତ୍ରୀ ନିତୁ କପୁର ମଧ୍ୟ ମେକ୍‌ଅପ୍‌ ରୁମ୍‌ରେ ନିଜେ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ସମୟର ଫଟୋ ସେୟାର କରିଛନ୍ତି।

Comments are closed.