Odisha Link
Bridging the Missing Links in Odisha

ମହିଳା ଟ୍ରାଫିକ ପୋଲିସଙ୍କ ମହାନୀୟତା

ଭୁବନେଶ୍ୱର: ପୁଣି ଦେଖିବାକୁ ମିଳିଛି ଟ୍ରାଫିକ ପୋଲିସଙ୍କ ମହାନୀୟତା। ରାସ୍ତାରେ ପଡ଼ି ଛଟପଟ ହେଉଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ରାଜଧାନୀର ଟ୍ରାଫିକ ପୋଲିସ ପ୍ରିୟଙ୍କା ବର୍ଓ୍ବା। ଆଜି ସକାଳ ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ XIMB ଛକରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପାଦରେ ବ୍ୟାଣ୍ଡଜ୍‌ କରିବାର ଦୃଶ୍ୟ ଦେବାକୁ ମିଳିଥିଲା। ଟ୍ରାଫିକ ପୋଲିସଙ୍କ ମହାନତାକୁ ନେଇ ଏବେ ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ ।

ସୂଚନା ଅନୁସାରେ, ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଅଟୋ ତାଙ୍କୁ ପଛ ପଟୁ ଧକ୍କା ଦେଇ ଚାଲିଯାଇ ଥିଲା । ଫଳରେ ମହିଳାଙ୍କ ପାଦରେ ଗଭୀର ଆଘାତ ଲାଗିଥିଲା। ମହିଳା ଜଣଙ୍କ ଛଟପଟ ହେଉଥିବା ଦେଖି ସେଠାରେ ଥିବା କାର୍ଯ୍ୟରତ ଟ୍ରାଫିକ ପୋଲିସ ପ୍ରିୟଙ୍କା ବର୍ଓ୍ବା ସାଙ୍ଗେ ସାଙ୍ଗେ ଦୁର୍ଘଟଣାରେ ମହିଳାଙ୍କୁ ଫାଷ୍ଟଏଡ ଚିକିତ୍ସା ଦେଇଥିଲେ।

XIMB ଛକରେ ନିୟୋଜିତ ଥିବା ମହିଳା ଟ୍ରାଫିକ ପୋଲିସ ପ୍ରିୟଙ୍କା ବର୍ଓ୍ବା ସିଧାସଳଖ ଟ୍ରାଫିକ ପୋଷ୍ଟରେ ଥିବା ଫାଷ୍ଟଏଡ କିଟରୁ ବ୍ୟାଣ୍ଡେଜ ଆଣି ଦୁର୍ଘଟଣା ପଡିଥିବା ମହିଳାଙ୍କ ଗୋଡ଼ରେ ଲଗାଇଥିଲେ। ଏହାକୁ ନେଇ ମହିଳା ଟ୍ରାଫିକଙ୍କ ବୁଦ୍ଧି ଓ ମହାନତା ପାଇଁ ଚାରି ଆଡୁ ପ୍ରଶଂସା କରାଯାଇଛି। ଏହାସହ ପୋଲିସ କମିଶନର ମଧ୍ୟ ମହିଳା ଟ୍ରାଫିକ ପୋଲିସଙ୍କ ସହ କଥା ହୋଇ ସାବାସୀ ଜଣାଇଛନ୍ତି।

Comments are closed.