Odisha Link
Bridging the Missing Links in Odisha

ସଙ୍ଗରୋଧରେ ସଲମାନ ଖାନ୍

ମୁମ୍ବାଇ: ସଙ୍ଗରୋଧରେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ସଲମାନଙ୍କ ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଲମାନ। ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ଦୁଇଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ଆକ୍ରାନ୍ତ ହୋଇଥିବା ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀଙ୍କୁ ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସଲମାନ୍ ଆଇସୋଲେଟ୍ ହେବା ସହ ଅନ୍ୟମାନଙ୍କୁ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଗାମୀ ୧୪ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ ବର୍ତ୍ତମାନ ବିଗ୍ ବସ୍ -୧୪ର ଉପସ୍ଥାପନା କରୁଥିବା ବେଳେ ଏଭଳି ପରିସ୍ଥିତିରେ, ଆଗାମୀ ଅଧ୍ୟାୟରେ ସଲମାନ ନଜର ଆସିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଅନ୍ୟପଟେ ସଲମାନ୍ କରୋନା କଟକଣା କୋହଳ ପରେ ଫିଲ୍ମ ରାଧେ ର ସୁଟିଂ ଆରମ୍ଭ କରିଛନ୍ତି। ଏହି ମୁଭିରେ ତାଙ୍କ ସାଥୀରେ ନଜର ଆସୁଛନ୍ତି ଦୀଶା ପଟାନି। ଏପରି ସମୟରେ ସଲମାନଙ୍କ କର୍ମଚାରୀଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା ଚିନ୍ତା ବଢାଇ ଦେଇଛି।

Comments are closed.