Odisha Link
Bridging the Missing Links in Odisha

ରାଜ୍ୟରେ ଶୀତ ଲହରୀ: ଘନ କୁହୁଡ଼ି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି। ଏହା ସହ ରାଜ୍ୟରେ ଦେଖିବାକୁ ମିଳୁଛି ଘନ କୁହୁଡ଼ିର ଆସ୍ତରଣ। ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଗୁରୁଚାପ ବଳୟ ଫଳରେ ଆଜିଠାରୁ ୭ ଜିଲ୍ଲାକୁ ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଲା- କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ କନ୍ଧମାଳ।କୁହୁଡ଼ିର ଘନତା ଅଧିକ ରହିବାର ସମ୍ଭାବନା ଥିବାରୁ ଗାଡ଼ିମୋଟର ଯାତାୟାତରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତା ୪ ଦିନରେ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସେହିପରି ୨୧ରୁ ୨୩ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ନାହିଁ। କିନ୍ତୁ ବର୍ଷା ସରୁସରୁ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ। ୨୩ ତାରିଖ ପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ଦିନର ସର୍ବାଧିକ ତାପମାତ୍ରାରେ ବି ହ୍ରାସ ଘଟିବ। ଫଳରେ ପୁଣି ଶୀତ ଫେରିବ ଓ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟବାସୀ ପ୍ରବଳ ଶୀତ ଅନୁଭବ କରିବେ।

Comments are closed.