Odisha Link
Bridging the Missing Links in Odisha

ଆଜିଠୁ ଏହି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି

ଅହମ୍ମଦାବାଦ: କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ପୁଣି ଥରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। କରୋନା ସ୍ଥିତିକୁ ଦେଖି ଗୁଜରାଟ ଅହମ୍ମଦାବାଦରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।

ରାତ୍ର ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ଏହି ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଅହମ୍ମଦାବାଦରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅହମ୍ମଦାବାଦରେ ପର୍ଯ୍ୟାପ୍ତ ସଂଖ୍ୟକ ବେଡ୍ ବ୍ୟବସ୍ଥା କରାଯାଇଛି। ସହରରେ ଥିବା ହସ୍ପିଟାଲଗୁଡିକରେ ୪୦ ପ୍ରତିଶତ ବେଡ୍ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ରଖାଯାଇଛି। ସେହିପରି ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି।

Comments are closed.