Odisha Link
Bridging the Missing Links in Odisha

ଡ୍ରଗ୍ସ ଲିଙ୍କ୍: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ଭାରତୀ ସିଂ ଙ୍କୁ ଗିରଫ କରିଛି। ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଆଜି ସକାଳେ ଏନସିବି ଚଢଉ କରିବା ପରେ ତାଙ୍କ ଘରୁ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ବର୍ତ୍ତମାନ କେବଳ ଭାରତୀଙ୍କୁ ଗିରଫ କରାଯାଇଥିବା ବେଳେ ହର୍ଷଙ୍କୁ ପଚରାଉଚୁରା ଚାଲିଛି।  ମୁମ୍ବାଇର ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଏବଂ ଭର୍ସୋଭା ଅଞ୍ଚଳରେ ଏନସିବି ଚଢ଼ାଉ କରିଛି।

ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହେବା ପରେ ଏନସିବି ତାଙ୍କ ଘରେ ଚଢ଼ଉ କରିଥିଲା। ଗଞ୍ଜେଇ ଜବତ ହେବା ପରେ ପଚରାଉଚରା ପାଇଁ ଭାରତୀ ଓ ତାଙ୍କ ସ୍ୱାମୀ ଏନସିବି ଅଫିସରେ ପହଞ୍ଚିଥିଲେ। ଏନସିବି ଅଫିସରେ ଉଭୟ ଗଞ୍ଜେଇ ସେବନ କରୁଥିବା ସ୍ୱୀକାର କରିଛନ୍ତି।

ଏହା ପୂର୍ବରୁ ଏନସିବି ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ଲାପଟପ୍,ମୋବାଇଲ୍ ଫୋନ୍ ଏବଂ ଟ୍ୟାବଲେଟ୍ ଭଳି ଇଲେକ୍ଟ୍ରୋନିକ ଗ୍ୟାଜେଟସ ଜବତ ହୋଇଥିଲା  ପୂର୍ବରୁ ଡ୍ରଗ୍ସ ମାମଲାରେ ଶୁକ୍ରବାର ଅର୍ଜୁନ ରାମପାଲ ଏନସିବି ଅଫିସ୍ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା ହୋଇଥିଲା। ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ୨ ଦିନ ଯାଏଁ ପଚରାଉଚୁରା କରାଯାଇଥିଲା। ଏହା ପରେ କୋର୍ଟରେ ଅର୍ଜୁନ ରାମପାଲଙ୍କ ବନ୍ଧୁ ପାଲ ବରଟେଲଙ୍କୁ ହାଜର କରାଯାଇଥିଲା। ଏହା ପରେ ବରଟେଲଙ୍କୁ ନଭେମ୍ବର ୨୫ଯାଏଁ  ବିଚାରବିଭାଗୀୟ ହେପାଜତକୁ ପଠାଯାଇଥିଲା।

Comments are closed.