Odisha Link
Bridging the Missing Links in Odisha

ବିଲ୍ ଗେଟ୍ସଙ୍କୁ ପଛରେ ପକାଇ, ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଲେ …

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି ଏଲନ ମସ୍କ। ସ୍ପେଶଏକ୍ସର ସିଇଓ ତଥା ଟେସଲାର ପ୍ରମୁଖ ଏଲନ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି।

୪୯ ବର୍ଷୀୟ ଏଲନ୍ ମସ୍କଙ୍କ ନେଟ୍ ୱର୍ଥ ଏବେ ୧୨୭.୯ ଅରବ ଡଲାର ହୋଇଯାଇଛି। ତାଙ୍କ ନେଟ୍ ୱର୍ଥରେ ୭.୨ ଅରବ ଡଲାର ବୃଦ୍ଧି ହୋଇଛି। ଟେସଲାର ସେୟାରରେ ବୃଦ୍ଧି ହେବା ପରେ ତାଙ୍କ ନେଟ ୱର୍ଥ ବଢିଛି।

ବ୍ଲୁମବର୍ଗର ଇଣ୍ଡେକ୍ସ ଅନୁସାରେ ଜାନୁୟାରୀରେ ଏଲନ ମସ୍କଙ୍କୁ ୩୫ ତମ ସବୁଠାରୁ ଧନୀ ବ୍ୟକ୍ତି ଘୋଷଣା କରାଯାଇଥିଲା। ବର୍ଷ ଶେଷ ହେବା ବେଳକୁ ସେ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ସେ ନିଜ ସମ୍ପତ୍ତିରେ ୧୦୦ ଅରବ ଡଲାର କେବଳ ୨୦୨୦ରେ ଯୋଡିଛନ୍ତି। ତେବେ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ତାଲିକାରେ ଆମାଜନର ଫାଉଣ୍ଡର ଜେଫ୍ ବେଜୋସ୍ ଅଛନ୍ତି।

Comments are closed.