Odisha Link
Bridging the Missing Links in Odisha

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ନେଇ ବିଧାନସଭା ଘେରାଉ

ହେମଗିରି: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବାଙ୍କିବାହାଲ ଠାରୁ ଟପରିଆକୁ ରାସ୍ତା ନିର୍ମାଣ ନେଇ ଦାବି। ରାସ୍ତା ନିର୍ମାଣ ନେଇ ଆଜି ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟିକା, ବିରମିତ୍ରପୁର ବିଧାୟିକା, ଦେବଗଡ ବିଧାୟିକା ଓ ଲିସିଙ୍ଗା ବିଧାୟିକାଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରାଯାଇଥିଲା। ୨୫୦-୩୫୦ ବ୍ୟକ୍ତି ରାସ୍ତାରେ ଧାରଣା ବିକ୍ଷୋଭ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକରେ ଏସିଆର ସର୍ବବୃହତ କୋଇଲା ଖଣି ରହିଛି। ବାଙ୍କିବାହାଲ ଠାରୁ ଟପରିଆ ରାସ୍ତାରେ ହଜାର ହଜାର କୋଇଲା ବୋଝେଇ ଭାରି ଯାନ ଗମାନଗମନ କରୁଥିବା କାରଣରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି।ଦୀର୍ଘ ୨୫ ବର୍ଷ ଧରି ରାସ୍ତା ନିର୍ମାଣ ନେଇ ଦାବି ହୋଇ ଆସୁ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକିୟା ବି ଆରମ୍ଭ ହୋଇ ପାରିନାହିଁ।

ରାସ୍ତା ନିର୍ମାଣ ନେଇ ଗତ ଜୁଲାଇ ମାସରେ ଟପରିଆ ଠାରେ ସାସଂଦ ପ୍ରତିନିଧି ଓ ବିଧାୟିକା ପ୍ରତିନିଧିଙ୍କ ସମତେ ୯ ଜଣ ଅନ୍ନଶନ କରିଥିଲେ। ରାସ୍ତା ନିର୍ମାଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ମାସରେ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ରାସ୍ତା ନିର୍ମାଣ ନେଇ ଜନ ଅଧିକାର ନେତୃତ୍ବ ଜରିଆରେ ପୂର୍ତ୍ତ ବିଭାଗକୁ ଏକ ଆବେଦନ ପତ୍ର ଦିଆଯାଇଛି। ପୂର୍ତ୍ତ ବିଭାଗ ଅଧିକାରୀ ଜାନୁଆରୀ ମାସ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.