Odisha Link
Bridging the Missing Links in Odisha

ବିଧାନସଭା ସାମ୍ନାରେ ଚାଷୀଙ୍କ ଆତ୍ମହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ଚାଷୀଙ୍କ ଆତ୍ମହୁତି ଉଦ୍ୟମ। ୩ ଜଣ ଚାଷୀ ଆତ୍ମହୁତି ଉଦ୍ୟମ କରିଛନ୍ତି। ଆଠଗଡର ୩ ଚାଷୀ ନିଜ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।ଦେହରେ କିରୋସିନି ଢାଳିବା ବେଳେ ସୁରକ୍ଷା କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ।

 ଆଠଗଡ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଚାଷୀମାନେ ଆତ୍ମହୁତି ଉଦ୍ୟମ କରିଥିବା ଜଣାପଡିଛି। ଗରିବ ଚାଷୀଙ୍କ ନାଁରେ ପ୍ରଭାବଶାଳୀ ଲୋକମାନେ ଟଙ୍କା ହାତେଇ ନେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ନିରୀହ ଚାଷୀମାନେ ଋଣ ଜାଲରେ ଛନ୍ଦି ହୋଇ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଚାଷୀମାନେ ବହୁବାର ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା। ପ୍ରଶାସନଠାରୁ ନିରାଶ ହେବା ପରେ ଚାଷୀମାନେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି।

୬ ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଆସିଥିଲେ। ସେମାନଙ୍କ ଭିତରୁ ୩ ଜଣ ଚାଷୀ ଏଜି ଛକ୍‌ରେ ସୁରକ୍ଷା ବଳୟ ଡେଇ ବିଧାନସଭା ସମ୍ମୁଖରେ ଦେହରେ କିରାସିନି ଢ଼ାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

Comments are closed.