Odisha Link
Bridging the Missing Links in Odisha

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ନୟାଗଡର ‘ପରୀ’ ମାମଲାକୁ ନେଇ ଅପରାହ୍ନ ଅଧିବେଶନରେ ବି ହଟ୍ଟଗୋଳ ହୋଇଥିଲା। ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଥିଲେ। ପରୀ ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ନାରାବାଜି କରିଥିଲେ।

ବିରୋଧୀଙ୍କୁ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିବେଦନ କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟ ନିଜ ଜିଦରେ ଅଟଳ ରହିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନର ଖର୍ଚ୍ଚଦାବି କାଲି ଗିଲୋଟିନରେ ଗୃହୀତ ହେବ।

Comments are closed.