Odisha Link
Bridging the Missing Links in Odisha

ବିଜେଡିରୁ ବିଦା ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ହେଲେ ବର୍ତ୍ତମାନର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ସୂଚନାଥାଉକି, ନିକଟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ସମୁଦି ହୋଇଥାଆନ୍ତେ ପ୍ରଦୀପ ପାଣିଗ୍ରାହୀ। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଆକାଶ ଓ ବିଧାୟକଙ୍କ ଝିଅ ପ୍ରେମରେ ଥିଲେ। ଏପରିକି ଉଭୟଙ୍କ ବିବାହ ଡିସେମ୍ବର ୧୫ ତାରିଖ ମଙ୍ଗଳବାର ଦିନ ହେବାର ଥିଲା। ଏନେଇ ମଧ୍ୟ ଆକାଶଙ୍କ ପରିବାର ପକ୍ଷରୁ କାର୍ଡ ବଣ୍ଟନ କାର୍ଯ୍ୟ ମଧ୍ୟ ଚାଲିଥିଲା। ରାଜସ୍ଥାନର ଉଦୟପୁରରେ ଏକ ପ୍ୟାଲେସରେ ପଡ଼ିଥାନ୍ତା ଉଭୟଙ୍କର ହାତଗଣ୍ଠି। ଏଥିପାଇଁ ପ୍ୟାଲେସ ବୁକିଂ ହୋଇ ସାରିଥିଲା। ସରିଥିଲା ସମସ୍ତ କାର୍ଯ୍ୟ।ଏପରିକି ବରଯାତ୍ରୀଙ୍କ ପାଇଁ ବିମାନ ମଧ୍ୟ ବୁକ୍‌ ହେଇ ସାରିଥିଲା। ପୂରା ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ବିବାହ।

Comments are closed.