Odisha Link
Bridging the Missing Links in Odisha

୧୭ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଦୁର୍ବୃତ୍ତ

ବିନିକା : ୧୭ ଲକ୍ଷର ସୁନା ଲୁଟିଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ଜୁଏଲର୍ସରୁ ୩୫୦ ଗ୍ରାମ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି I ଗତକାଲି ଶ୍ରୀ କ୍ରିଷ୍ଣା ଜୁଏଲର୍ସର ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଲୁଟ୍‌ କରିଛନ୍ତି।

ଶ୍ରୀକ୍ରିଷ୍ଣା ଜୁଏଲର୍ସର ମାଲିକ ପୀତାମ୍ବର ସାହୁ ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଦିନ ୨ଟାରେ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିବା ବେଳେ ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଚୋରି‌ କରିଛନ୍ତି। ସେ ସନ୍ଧ୍ୟା ସାଢେ ୫ଟା ବେଳେ ଦୋକାନ ଖୋଲିବା ବେଳେ ଏହା ଦେଖିବାକୁ ପାଇଥିଲେ।

ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ଜାରି ରଖିଛି। ଡୁଙ୍ଗୁରିପାଲି ବଣିକ ସଂଘ ଥାନାକୁ ଯାଇ ଉକ୍ତ ଚୋରି ଘଟଣାରେ ଉଦବେଗ ପ୍ରକାଶ କରି ତୁରନ୍ତ ଚୋରମାନଙ୍କୁ ଧରିବା ପାଇଁ ଦାବି କରିଛି।

Comments are closed.