Odisha Link
Bridging the Missing Links in Odisha

ରାଜ୍ୟରେ ଶୀତ ଲହରୀ, ୧୧ ସହରର ତାପମାତ୍ରା ୧୫ଂ ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧୧ଟି ସହରର ତାପମାତ୍ରା ୧୫° ତଳେ ରହିଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସୋନପୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଦାରିଙ୍ଗବାଡି ୯.୫° ଥିବା ବେଳେ, ଅନୁଗୁଳ ୧୦.୬°, ଫୁଲବାଣୀ ୧୧.୩°, କେନ୍ଦୁଝର ୧୨°, ବାରିପଦା ୧୨.୪°, ଭବାନୀପାଟଣା ୧୨.୮°, କୋରାପୁଟ, ୧୩°, ଝାରସୁଗୁଡ଼ା ୧୩.୨°, ବଲାଙ୍ଗୀର ୧୪°, କଟକ ୧୪.୮°, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୬° ଡିଗ୍ରୀ ରେକର୍ଡ଼ କରାଯାଇଛି।

Comments are closed.