Odisha Link
Bridging the Missing Links in Odisha

ନୀଳାଚଳ ଇସ୍ପାତ କର୍ମଚାରୀଙ୍କୁ ମିଳିଲା ୨୦ କୋଟି ଟଙ୍କା

ଯାଜପୁର: ଦ୍ୱିତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାର ହଜାର ହଜାର କର୍ମଚାରୀ ନିଯୁକ୍ତି ହରାଇ ଗତ ୧୦ ମାସ ହେଲା ଦରମା ପାଉନାହାନ୍ତି । ଏହି ସମୟରେ ଏନଏମଡିସି କର୍ମଚାରୀଙ୍କ ଦରମା ବାବଦକୁ ୨୦ କୋଟି ଟଙ୍କା ଦେଇଛି। ସେହିଭଳି କାରଖାନା ବନ୍ଦ ହେବା ଯୋଗୁଁ ଜୀବିକା ହରାଇଥିବା କର୍ମଚାରୀଙ୍କ ମଧ୍ୟରୁ ୯୬୪ ଜଣଙ୍କୁ ଛତିଶଘଡର ନୂଆ ଇସ୍ପାତ କାରଖାନାରେ ନିଯୁକ୍ତି ଦିଆଯାଇଛି।

ଚଳିତମାସରୁ ଏହି କର୍ମଚାରୀମାନେ ସେଠାରେ ନିଯୁକ୍ତି ପାଇବେ। ଏହି ଖବର ପ୍ରଚାର ହେବା ପରେ ୧୦ ମାସ ଧରି ଦରମା ପାଇନଥିବା କର୍ମଚାରୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ନୀଳାଚଳ ଅଚଳ ହୋଇପଡିବା ଫଳରେ ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଥିଲେ। ୧୦ ମାସ ହେଲା ଦରମା ମିଳିନଥିଲା। କିଛି ଦିନ ତଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିବାକୁ ଦାବି ହୋଇଥିଲା।

୧୯୮୨ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଯାଜପୁରର ଡୁବୁରୀରେ ସରକାରୀ କମ୍ପାନି ପରିଚାଳିତ ରାଜ୍ୟର ଦ୍ୱିତୀୟ ଇସ୍ପାତ କାରଖାନା କରିବା ପାଇଁ ଘୋଷଣା କରିଥିଲେ । ମାତ୍ର ଏହା ହୋଇପାରିନବାରୁ ୧୧ ବର୍ଷ ପରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି କାରଖାନା ପ୍ରତିଷ୍ଠା କରାଯାଇଥିଲା। ୨୦୦୨ରେ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା।

Comments are closed.