ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ରାଜ୍ୟରେ ଗତ କିଛି ଦିନ ହେବ ଭିଜିଲାନ୍ସ ଜୋରସୋରରେ ରେଡ୍ କରୁଛି। ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରର ଅଧିକରୀ ଧରାପଡିଛନ୍ତି। ବରଗଡ ଦହିତା ପଞ୍ଚାୟତ ପିଇଓଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି। ପରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଏଥିସହ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।