ଟ୍ରାକ୍ଟର ଇଞ୍ଜିନରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ

କଲମପୁର: ଏକ ଧାନ ଖଳା ରେ ଏକ ଟ୍ରାକ୍ଟର ସଂଲଗ୍ନ ପେଡି ଥ୍ରେସର ସାହାଯ୍ୟ ରେ ଧାନ ଥ୍ରେସର କରୁଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞ୍ଜିନ ରୁ ନିଆଁ ଲାଗି ଯାଇଥିଲା । ଘଟଣାଟି କଳାହାଣ୍ଡି ଜିଲାର କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଖମନପଡାରେ ଘଟିଛି।
ଘଟଣା ସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ। କିନ୍ତୁ ସମସ୍ତ ଥ୍ରେସର ଟ୍ରାକ୍ଟର ଓ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ ହୋଇ ସାରିଥିଲା। ଟ୍ରାକ୍ଟର ଓ ଥ୍ରେସରଟି ମିନଗୁର ଗ୍ରାମର ସୁମନ୍ତ କୁମାର ପଣ୍ଡାଙ୍କ ହେଇଥିବା ବେଳେ ଖମନପଡା ବିଶ୍ବ ମାଝୀ ଙ୍କ ଧାନ ବୋଲି ସୁଚନା ମିଳିଛି। ଘଟଣା ସ୍ଥଳରେ ରାଜସ୍ବ ବିଭାଗ ତରଫରୁ ମଣ୍ଡଳ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ମିଳିଛି।
Comments are closed.