Odisha Link
Bridging the Missing Links in Odisha

ଚର୍ଚ୍ଚାରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଭିଡ଼ିଓ

ମୁମ୍ବାଇ: ବିଗବସ୍ ନାଁ ଉଠିଲେ ସାଧାରଣତଃ ସିଦ୍ଧାର୍ଥ ଶୁକ୍ଲାଙ୍କ ନାଁ ସମସ୍ତଙ୍କର ମନେ ପଡ଼ିଥାଏ। ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି।

କେତେ ବେଳେ ମ୍ୟୁଜିକ ଭିଡିଓ ପାଇଁ ତ କେତେ ବେଳେ ସିନେମା ପାଇଁ। ସିଦ୍ଧାର୍ଥ ପୁଣି ଥରେ ନିଜର ବ୍ୟବହାର ପାଇଁ ଚର୍ଚ୍ଚାର ଅଛନ୍ତି । ତାଙ୍କର ଏକ ଭିଡ଼ିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ସିଦ୍ଧାର୍ଥ ମଦ ପିଇ ଗାଡି ଚଳାଇବା ସହ ଜେଣ ଗରି‍ବ ବ୍ୟକ୍ତିଙ୍କୁ ବିନା କାରଣରେ ମାଡ ମାରିଛନ୍ତି। ଏଥିସହ ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କ ଠାରୁ ସିଦ୍ଧାର୍ଥ କ୍ୟାମରା ଛଡାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।

ଅଭିଯୋଗ ଆସିବା ପରେ ଏହାର ଉତ୍ତରରେ ସିଦ୍ଧାର୍ଥ କହିଛନ୍ତି, ପ୍ରଥମ ବ୍ୟକ୍ତି ଜଣକ ତାଙ୍କୁ ଛୁରୀ ଦେଖାଇଥିଲା। ଏ ସମସ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।ସୂଚନା ମୁତାବକ ଏହି ଭିଡିଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମିଡନାଇଟ୍ ବାର୍ଥଡେ ପାର୍ଟି ପରର।

ଏହା ଅସଲି କି ନକଲି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ସହିତ ଏହି ମାମଲାରେ ଏବେ ସୁଦ୍ଧା ସିଦ୍ଧାର୍ଥ ଶୁକ୍ଳାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ସେପଟେ ଏହି ଭାଇରାଲ ଭିଡିଓ ଆଧାରରେ ସିଦ୍ଧାର୍ଥ ମଦ ପିଇ ଗାଡି ଚଳାଇବା ସହ ଗରିବ ଲୋକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

Comments are closed.