Odisha Link
Bridging the Missing Links in Odisha

ଆଜିଠୁ ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍‌ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍। ଆସନ୍ତା ୨୨ ତାରିଖ ଯାଏଁ ହେବାକୁ ଥିବା ଏହି ଲିଗରେ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପୁରୁଷ ଟି-୨୦ ଲିଗ୍‌ର ସମସ୍ତ ମ୍ୟାଚ୍ କଟକ ଓ ଭୁବନେଶ୍ୱରରେ ଖେଳାଯିବ।

ବିସିସିଆଇ ସୂଚୀ ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା କ୍ରିକେଟ୍ ଲିଗ୍ ଏହି ଲିଗରେ ଖେଳାଳିଙ୍କୁ ପ୍ରଦର୍ଶନକୁ ଭିତ୍ତି କରି ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ଦଳ ଘୋଷଣା କରାଯିବ।

Comments are closed.