Odisha Link
Bridging the Missing Links in Odisha

ହାଇକୋର୍ଟରେ ହାଜର ହେଲେ ଏଡିଜି

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ହାଇକୋର୍ଟରେ ହାଜର ହୋଇଛନ୍ତି। ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଛନ୍ତି ଏଡିଜି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଚାଲୁରହିଥିବା ଏଡିଜି ଜଣାଇଛନ୍ତି। ତେବେ ଆସନ୍ତା ଜାନୁଆରୀ ମାସରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନା ଅନୁସାରେ, ଜଣେ ମହିଳା ଓଟିଭିରେ କାର୍ଯ୍ୟ କରୁଥିଲେ। ତାଙ୍କର ନବମ ଶ୍ରେଣୀର ଝିଅକୁ ଓଟିଭିର କେତେକ କର୍ମଚାରୀ, ସୁରକ୍ଷା କର୍ମୀ ଓ ପୁଲିସ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଝିଅର ମା’ ଅଭିଯୋଗ କରିଥିଲେ। ଓଟିଭି କର୍ତୃପକ୍ଷଙ୍କୁ ବି ଝିଅର ମା’ କହିଥିବା ନେଇ ଅଡ଼ିଓ ବି ଭାଇରାଲ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା।

ଗୋଟିଏ ପଟେ ଅଭିଯୋଗ ଆଧାରରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିବାବେଳେ ଅପରପକ୍ଷରେ ସରକାର ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଓଟିଭି ପକ୍ଷରୁ କୁହାଯାଇଥିଲା। ତେବେ ସମ୍ପୃକ୍ତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ୨ କର୍ମଚାରୀ ଓ ୨ ସିକୁ୍ୟରିଟି ଗାଡର଼୍ ଗିରଫ ହୋଇଛନ୍ତି। ଗତ ୧୩ ତାରିଖ ରାତିରେ ଏମାନଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି।

ତେବେ ଗଣଦୁଷ୍କର୍ମରେ ପୁଲିସ କର୍ମଚାରୀ ସଂଶ୍ଲିଷ୍ଟ ଥିବାନେଇ ଅଭିଯୋଗ ହୋଇଥିଲେବି ସେମାନଙ୍କୁ ଗିରଫ କରାଯାଇନାହିଁ । ଅପରପକ୍ଷରେ ଓଟିଭି ତଦନ୍ତରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବାବେଳେ ଏମଡ଼ି ଜାଗୀ ମଗତ ପଣ୍ଡା ବି ମହିଳା କମିଶନରେ ହାଜର ହୋଇଛନ୍ତି। ବିନା ପ୍ରମାଣରେ ଗିରଫ କରାଯାଇଛି ଓ ପରୀ ଘଟଣା ଉପରୁ ନଜର ଏଡ଼ାଇବା ପାଇଁ ଏଭଳି ଗିରଫଦାରୀ ହୋଇଛି ବୋଲି ଓଟିଭି ପକ୍ଷରୁ କୁହାଯାଇଛି।

Comments are closed.