Odisha Link
Bridging the Missing Links in Odisha

ଦିବ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ। ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦିବ୍ୟାଶ୍ରୀ। କଟକ ସ୍ଥିତ ଘରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି। ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।

ତେବେ ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ଗୁରୁତର ଅବସ୍ଥାରେ‌ ଏସ୍‌ସିବି ହସ୍ପିଟାଲକୁ ନିଆଯାଇଥିବା ସୂୂଚନା ମିଳିଛି। ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଲାଇଭ୍ ଭିଡିଓ ସୁଟିଂ କରିଥିବା ଜଣାପଡ଼ିଛି। ଲାଇଭ୍‌ ଭିଡିଓ କରି ବିଦ୍ୟାଶ୍ରୀ କହିଲେ, ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଛି। ତେବେ ଅନେକ ଦିନ ହେଲା ମାନବପ୍ରେମୀ ଆଦିତ୍ୟଙ୍କ ମାମଲାରେ କୌଣସି ଅପରାଧୀ ଧରାପଡିନାହାନ୍ତି ଏହାସହ ବିଦ୍ୟାଶ୍ରୀଙ୍କୁ ଦୋଷାରୋପ କରାଯାଉଥିବା ନେଇ ସେ ଫେସବୁକ ଲାଇଭରେ କହିଛନ୍ତି।

 

Comments are closed.