Odisha Link
Bridging the Missing Links in Odisha

ପିଶାଚ ଶିକ୍ଷକ: ୫ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ

ହାଇଦ୍ରାବାଦ: ଛାତ୍ର ଶିକ୍ଷକ ସମ୍ପର୍କରେ ଦାଗ। ଶିକ୍ଷା ଦାନ କରୁଥିବା ଶିକ୍ଷକ ପିଶାଚ ସାଜି ଛାତ୍ରୀଙ୍କୁ କରିଛନ୍ତି ଦୁଷ୍କର୍ମ। ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ୫ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଥିବା ଏକ ସରକାରୀ ପ୍ରାଥମିକ ସ୍କୁଲରେ ଏଭଳି ଜଘନ୍ୟକାଣ୍ଡ ଚାଲିଥିବା ଏବେ ସାମ୍ନାକୁ ଆସିଛି।

ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀମାନଙ୍କ ବୟସ ୭ରୁ ୧୧ ବର୍ଷ ହୋଇଥିବା ବେଳେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବୟସ ୪୦ ବର୍ଷ। ଛାତ୍ରୀମାନଙ୍କୁ ଯୌନ ଉତ୍ପୀଡ଼ନ  ପୂର୍ବରୁ ପ୍ରଥମେ ସେମାନଙ୍କୁ ପର୍ଣ୍ଣ ଭିଡିଓ ଦେଖାଉଥିଲେ। ଏହାପରେ ବଳ ପୂର୍ବକ ଦୁଷ୍କର୍ମ କରୁଥିଲେ। ସେମାନଙ୍କୁ ଏକଥା ବାହାରେ ନ କହିବାକୁ ଧମକ ମଧ୍ୟ ଦେଉଥିଲେ। ଘଟଣାରେ ପୁଲିସ୍ ଆଇପିସିର ଧାରା ୩୭୬ ଓ ପସ୍କୋ ଆକ୍ଟରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରିଛି। ହେଲେ ଶିକ୍ଷକ ଜଣଙ୍କ ଫେରାର ଅଛନ୍ତି।

କରୋନା ପାଇଁ ଦେଶରେ ଲକଡାଉନ ସାମାନ୍ୟ କୋହଳ ହେବା ପରେ ରୋଟେସନ ବେସିସରେ ଦୁଇ ଜଣ ଶିକ୍ଷକ ସ୍କୁଲ ଯାଉଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ମଧ୍ୟ ରହିଥିଲେ। ପ୍ରଧାନ ଶିକ୍ଷକ ଜଣଙ୍କ ଯେତେବେଳେ ବି ଡ୍ୟୁଟିକୁ ଆସୁଥିଲେ ସେତେବେଳେ ଜଣେ ଛାତ୍ରୀଙ୍କୁ ନିଜ ସହ ସ୍କୁଲକୁ ଆଣୁଥିଲେ। ଏହି ସମୟରେ ହିଁ ସେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ।

ଜଣେ ପୀଡ଼ିତାଙ୍କ ମା’ କହିଛନ୍ତି, “ମୋ ଝିଅକୁ ଶିକ୍ଷକ ଜଣଙ୍କ ସ୍କୁଲକୁ କ୍ଲାସ କରିବାକୁ ଡାକିଲା ବେଳେ ସେ ସର୍ବଦା ମନା କରେ। ଏହାର କାରଣ ଜାଣିବା ପାଇଁ ମୁଁ ଚାହିଁଥିଲି। ହେଲେ ସେ କିଛି ବି କହିନଥିଲା। ନିକଟରେ ସେ ଅସୁସ୍ଥ ହେବା ସହ ଚାଲିବାରେ କଷ୍ଟ ଅନୁଭବ କରିଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ବାରମ୍ବାର ପଚାରିବା ପରେ ଚିକିତ୍ସା ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ମା’ଙ୍କୁ ସବୁ କଥା କହିବା ସହ ପ୍ରଧାନ ଶିକ୍ଷକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସମ୍ପର୍କରେ ଜଣାଇଥିଲେ। ଶିକ୍ଷକ ଜଣଙ୍କ ଦୁଷ୍କର୍ମ କରିବା ପରେ ଛୁରୀ ଦେଖାଇ ଏକଥା କାହାକୁ ନ କହିବାକୁ ଛାତ୍ରୀମାନଙ୍କୁ ଧମକ ଦେଉଥିଲା।”

ପୁଲିସ୍ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ପ୍ରଧାନ ଶିକ୍ଷକ ଜଣଙ୍କ କେବଳ ଏହି ଛାତ୍ରୀଙ୍କୁ ନୁହେଁ, ସ୍କୁଲରେ ପାଠପଢ଼ୁଥିବା ୫ ଜଣ ଛାତ୍ରୀଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି। ପୁଲିସ୍‌ ସମସ୍ତ ୫ ଛାତ୍ରୀଙ୍କ ମେଡିକାଲ ଟେଷ୍ଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.