Odisha Link
Bridging the Missing Links in Odisha

ବିନା ଫି’ରେ ବି ଅନଲାଇନ ଶିକ୍ଷା ଦେବାକୁ ସ୍କୁଲ ବାଧ୍ୟ: ହାଇକୋର୍ଟ

କଟକ: ସ୍କୁଲ ଫି’ଛାଡ଼ ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା।ଏଥିରେ ପକ୍ଷଭୁକ୍ତ ସମସ୍ତ ଆବେଦନକାରୀଙ୍କୁ ପ୍ରତିଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଡି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ ତାରିଖକୁ ଧାର୍ଯ୍ୟ ହୋଇଛି।

ଅପରପକ୍ଷରେ, ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଫି’ନ ଦେଲେ କେତେକ ସ୍କୁଲ ଅନଲାଇନ ଶିକ୍ଷା ପ୍ରଦାନ କରୁନାହାନ୍ତି ବୋଲି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହାଇକୋର୍ଟ ଏହାକୁ ଗ୍ରହଣ କରି ଫି ଦିଅନ୍ତୁ ବା ନ ଦିଅନ୍ତୁ କିନ୍ତୁ ପ୍ରତ୍ୟେକ ପିଲାଙ୍କୁ ଅନଲାଇନ ଶିକ୍ଷା ପ୍ରଦାନ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ବୋଲି ଆଦେଶରେ ସ୍ପଷ୍ଟ କରିଥିଲେ। ଏ ନେଇ ହାଇକୋର୍ଟ ପୂର୍ବରୁ ଯେଉଁ ରହିତାଦେଶ ଜାରି କରିଥିଲେ ତାହାକୁ ଅଦାଲତ ବଳବତ୍ତର ରଖିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅଲ ଇଣ୍ଡିଆ ପ୍ୟାରେଣ୍ଟସ ଆସୋସିଏସନ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଭିନ୍ନ ମାମଲା ତେଣୁ ରାଜ୍ୟ ସରକାର ପୃଥକ ଭାବେ ଏହା ଉପରେ ଜବାବ ରଖିବାକୁ ହାଇକୋର୍ଟ କହିଛନ୍ତି। ରାଜ୍ୟ ସରକାର ଫି’ଛାଡ଼ ନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଯାହା ଦର୍ଶାଯାଇଛି ତାହା ଉପରେ ହାଇକୋର୍ଟ ତର୍ଜମା କରିବେ ବୋଲି କହିଛନ୍ତି।

Comments are closed.