Odisha Link
Bridging the Missing Links in Odisha

ମୋଦି ଓ ଶାହଙ୍କ ବିରୋଧରେ ୧୦ କୋଟି ଡଲାରର ମାମଲା ଖାରଜ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆମେରିକାରେ ଚାଲିଥିବା ଏକ ୧୦ କୋଟି ଡଲାରର ମାମଲାକୁ ଅଦାଲତ ଖାରଜ କରିଦେଇଛନ୍ତି। ଆବେଦନକାରୀ ତଥା ‘କାଶ୍ମୀର ଖଲିସ୍ତାନ ରେଫରେଣ୍ଡମ୍‌ ଫ୍ରଣ୍ଟ୍‌’ ସଂଗଠନର ବିଚ୍ଛିନ୍ନତାବାଦୀମାନେ ଅଦାଲତରେ ନିଜର ପକ୍ଷ ରଖିବା ପାଇଁ ଦୁଇ ଦୁଇ ଥର ହାଜର ହୋଇ ନପାରିବାରୁ ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ମୋଦୀଙ୍କ ଉଦ୍ଦେଶ୍ୟରେ ଗତବର୍ଷ ଆମେରିକାର ହଷ୍ଟନ ସହରରେ ଆୟୋଜିତ ବହୁ ଚର୍ଚ୍ଚିତ ଐତିହାସିକ କାର୍ଯ୍ୟକ୍ରମ ‘ହାଓଡି ମୋଦୀ’ର ଦିନକ ପୂର୍ବରୁ ସେପ୍ଟେମ୍ବର ୧୯ ତାରିଖରେ ଏହି ମାମଲା ରୁଜୁ ହୋଇଥିଲା। ଜମ୍ମୁକାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଏବଂ ସଂପୃକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରିପ୍ରେକ୍ଷୀରେ ଭାରତୀୟ ସମ୍ବିଧାନର ନିଷ୍ପତ୍ତିକୁ ଏଥିରେ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଏଥିପାଇଁ ମୋଦୀ, ଶାହ ଓ ଭାରତୀୟ ସାମରିକ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କନଵାଲଜିତ ସିଂହ ଧିଲୋଁଙ୍କ ଠାରୁ ୧୦ କୋଟି ଡଲାର କ୍ଷତିପୂରଣ ଦାବି କରାଯାଇଥିଲା। ମାତ୍ର ଏହି ମାମଲାରେ ସଂପୃକ୍ତ ସଂଗଠନ ପକ୍ଷରୁ କେହି ଦୁଇ ଦୁଇ ଥର ନିର୍ଦ୍ଧାରିତ ଶୁଣାଣି ବେଳେ ହାଜର ହୋଇନଥିବାରୁ ମାମଲାକୁ ରଦ୍ଦ କରାଗଲା ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

Comments are closed.