Odisha Link
Bridging the Missing Links in Odisha

ମିଣ୍ଡାନାଓରେ ଭୂ-କମ୍ପର ଝଟକା

ମିଣ୍ଡାନାଓ: ମିଣ୍ଡାନାଓରେ ଭୂ-କମ୍ପର ଝଟକା ଅନୁଭବ ହୋଇଥିବା ଆଜି ଅନୁମାନ କରାଯାଉଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୩ ରେକର୍ଡ଼ କରାଯାଇଛି। ଏହି ଭୂକମ୍ପରେ କିଛି ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିବା କୁହାଯାଉଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ , ମିଣ୍ଡାନାଓ ଅଞ୍ଚଳରେ ଭୂକମ୍ପର ଝଟକା ମାତ୍ରେ ଲୋକେ ନିଜ ଘରୁ ବାହାରି ଆସିଥିଲେ। ଭୟଭୀତ ମଧ୍ୟ ହୋଇଯାଇଥିଲେ। ଆମେରିକାର ସର୍ଭିଲାନ୍ସ ସେଣ୍ଟର ରିପୋର୍ଟ ଅନୁଯାୟୀ କଲମ୍ବିଆ ସହର ଠାରୁ ୭.୭ କିଲୋମିଟର ଦୂରରେ ଥିବା ମିଣ୍ଡାନାଓରେ ଦ୍ୱୀପରେ ୧୪ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।

Comments are closed.