Odisha Link
Bridging the Missing Links in Odisha

ଘାଟିରେ ଓଲଟିଲା ବସ୍‌, ୨୫ ଆହତ

ଫୁଲବାଣୀ: ଘାଟିରେ ଓଲଟିଲା ବସ୍। ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଗାଡ଼ିଆପଡ଼ା ଘାଟିରେ ଏକ ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରୁ ୨,୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ବିଳମ୍ବିତ ରାତିରେ ଆହତମାନଙ୍କୁ ଖଜୁରୀପଡ଼ା ଓ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ‘ରାଜା’ ନାମକ ଘରୋଇ ବସ୍ ଟିକାବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ବସ୍‌ରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ରାତି ପ୍ରାୟ ୧ଟା ପରେ ବସ୍‌ଟି ଗାଡ଼ିଆପଡ଼ା ଘାଟି ଅତିକ୍ରମ କରୁଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍‌ଟି ଘାଟିର ଶେଷ ମୁଣ୍ଡରେ ଓଲଟି ପଡ଼ିଥିଲା। ଏନେଇ ଖବର ପାଇ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.