Odisha Link
Bridging the Missing Links in Odisha

୭ କୋଟିରେ ବିକ୍ରି ହେଉଛି ମୋଦିଙ୍କ କାର୍ଯ୍ୟାଳୟ!

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ସ୍ଥିତ କାର୍ଯ୍ୟାଳୟ ବିକ୍ରି ଲାଗି କେହି କିଣାବିକା ୱେବସାଇଟ୍‌ ଓଏଲଏକ୍ସରେ ପୋଷ୍ଟ କରିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଷ୍ଟରେ ମୋଦିଙ୍କ କାର୍ଯ୍ୟାଳୟ ଫଟୋ ଲଗାଯାଇଥିବା ବେଳେ ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଏହି ପୋଷ୍ଟ ଭାଇରାଲ ହେବା ପରେ ଓଏଲଏକ୍ସ ଗୁରୁବାର ଏହାକୁ ପେଜରୁ ହଟାଇ ଦେଇଛି।

ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ବିକ୍ରେତା ଓଏଲଏକ୍ସରେ ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ଲାଗି ଏକ ବିଜ୍ଞାପନ ପୋଷ୍ଟ କରିଥିଲେ। ଯୁବକ ଜଣକ କାର୍ଯ୍ୟାଳୟର ଦୁଇଟି ଫଟୋ ଓଏଲଏକ୍ସରେ ଦୁଇଟି ଫଟୋ ଛାଡ଼ିବା ସହିତ ଏହାର ମୂଲ୍ୟ ସାଢ଼େ ୭ କୋଟି ଟଙ୍କା ବୋଲି ଉଲ୍ଲେଖ ରହିଛି। ସେହିପରି ଘରେ ୪ଟି ବେଡରୁମ ସାଙ୍ଗକୁ ଅନ୍ୟ ସୁବିଧା ସୁଯୋଗ ନେଇ ମଧ୍ୟ ବିସ୍ତୃତ ବିବରଣୀ ଦିଆଯାଇଥିଲା। ଘରଟି ବାରଣାସୀ ଜବାହାରନଗର ଏକ୍ସଟେନସନ୍‌ରେ ଥିବା ଉଲ୍ଲେଖ ଥିଲା। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର କାର୍ଯ୍ୟାଳୟ ବୋଲି ଜଣାପଡିଛି।

ଅପରପକ୍ଷେ ଏହି ବିକ୍ରି ପ୍ରସଙ୍ଗକୁ ନେଇ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପ୍ରଭାରୀଙ୍କୁ ପଚରା ପ୍ରଶ୍ନ ପଚରା ଯାଇଥିଲା। ସେମାନେ କହିଥିଲେ ଯେ, ଆମେ ଏହି ପ୍ରସଙ୍ଗ ଉପରେ କିଛି ଜାଣି ନାହୁଁ। ଏଥିସହିତ ବିଜେପି କାଶୀ କ୍ଷେତ୍ର ଅଧ୍ୟକ୍ଷ ମହେଶ ଚନ୍ଦ୍ର ଶ୍ରୀବାସ୍ତବ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ କାର୍ଯ୍ୟାଳୟ ଭଡାଘରେ ଥିବା କହିଛନ୍ତି। ଘର ମାଲିକ ରିତିମତ ଭଡା ମଧ୍ୟ ପାଉଛନ୍ତି। ହେଲେ ଘର ବିକ୍ରି ନେଇ ସେ କେବେ ସୂଚିତ କରିନଥିବା ଶ୍ରୀବାସ୍ତବ କହିଛନ୍ତି।

ଏହି ଓଏଲଏସ୍କରେ ବିକ୍ରି ପ୍ରସଙ୍ଗ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Comments are closed.