Odisha Link
Bridging the Missing Links in Odisha

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଏନ୍‌ଏସ୍‌ଏ

ଭୁବନେଶ୍ଵର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ )ଲାଗୁ କରାଯାଇଛି। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଲାଗିଲା ଏନ୍‌ଏସ୍‌ଏ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଏନ୍‌ଏସ୍‌ଏ ଲାଗୁ ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଦାଦାବଟି ଜୁଲମ ଅଭିଯୋଗରେ ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଥିଲା। କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜା ଆଚାର୍ଯ୍ୟକୁ ଉଠାଇ ନେଇଥିଲା। ଗିରଫ ପରେ ରାଜାକୁ କ୍ୟାପିଟାଲ ଥାନାରେ ଜେରା କରାଯାଇଥିଲା।

ପ୍ରକାଶ ଯେ, ଘର ତିଆରି ନେଇ ଗ୍ୟାଙ୍ଗଷ୍ଟାର ରାଜା ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲେ । ପ୍ରତିମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ । ଦାଦବଟି ଆଦାୟ କରୁଥିବା କାହାରିକୁ ଛଡାଯିବନି ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

Comments are closed.