Odisha Link
Bridging the Missing Links in Odisha

ସ୍କାଏ କିଙ୍ଗ ଠକେଇ ମାମଲା: ଆକାଶ ପାଠକଙ୍କୁ ଜେରା ବେଳେ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର: ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି କମିନରେଟ ପୁଲିସ ଆଜି ରିମାଣ୍ଡର ଶେଷ ଦିନ। ରିମାଣ୍ଡ ସରିବା ପରେ ଆସନ୍ତାକାଲି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲେ।

ଯେଉଁ ଉଦେଶ୍ୟରେ ଆକାଶକୁ ନେଇଥିଲେ ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ସ୍କାଏ କିଙ୍ଗ ଠକେଇର ଅସଲ କଥା କହିଛନ୍ତି ନକଲି ଏମ୍‌ଡି ଆକାଶ ପାଠକ । ଟାଟା କମ୍ପାନୀର ଏମ୍‌ଡି ନଥିବା ଆକାଶ ସ୍ୱୀକାର କରିଛନ୍ତି। କେବେ କେଉଁ ହୋଟେଲ ଓ ଫ୍ଳାଇଟ ବୁକ୍‌ କରିଥିଲେ, ଗୋଟି ଗୋଟି ତଥ୍ୟ ଦେଇଛନ୍ତି ଆକାଶ । ସ୍କାଏକିଙ୍ଗ୍‌ ସହ ନେଣଦେଣ କରିଥିବା କଥା ମଧ୍ୟ ସେ ମାନିଛନ୍ତି । ସ୍କାଏ କିଙ୍ଗ୍‌ର ଅଭିଯୋଗକୁ ମଧ୍ୟ ସତ ବୋଲି କହିଛନ୍ତି ଆକାଶ। ମାମଲାର ତଦନ୍ତ ଅଗ୍ରସର ହୋଇଛି। ଖୁବ ଶୀଘ୍ର କେସଟି ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଡିସିପି କହିଛନ୍ତି।

ସେପେଟ କ୍ରାଇମବ୍ରାଞ୍ଚ ହାତରେ ପି-ସିଣ୍ଡିକେଟର ଦୁର୍ନୀତି ଦସ୍ତାବିଜ୍‌। ୩୬୦ ଡିଗ୍ରୀ ତଦନ୍ତ କରି ତଥ୍ୟ ଓ ପ୍ରମାଣ ଯୋଗାଡ଼ ଚାଲିଛି। ଆକାଶଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଡେଭିଡ୍‌ ପିଟର ଖୋଲିଥିଲେ ପାଠକ-ପାଣିଗ୍ରାହୀଙ୍କ ଠକେଇର ଗୁମର। ସେପଟେ ଇଡି ମଧ୍ୟ ମାମଲା ରୁଜୁ କରି ବେନାମୀ ଅର୍ଥ କାରବାର ଲିଙ୍କର ଛାନଭିନ୍‌ କରୁଛି। କମିଶନରେଟ୍‌ ପୋଲିସର ରିମାଣ୍ଡ ଅବଧି ସରିବା ପରେ, ଠକମାନଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଜେରା ବେଳେ ଏହି ସିଣ୍ଡିକେଟର ଅନ୍ୟ ସହଯୋଗୀ ବନ୍ଧା ହୋଇ ପାରନ୍ତି ବୋଲି ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି। ଟାଟା କମ୍ପାନୀରେ ମିଛ ଚାକିରି ମାମଲାରେ ଆକାଶ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ବର ରାଓଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି।

Comments are closed.