Odisha Link
Bridging the Missing Links in Odisha

୭୩ ଟଙ୍କାରେ ବିକ୍ରି କଲେ ନିଜ କମ୍ପାନୀ

ଦୁବାଇ: ୭୩ ଟଙ୍କାରେ ବିକ୍ରି କଲେ ନିଜ କମ୍ପାନୀ। ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି।

ବି.ଆର. ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତାଙ୍କ କମ୍ପାନୀ ବିରୋଧରେ ମଧ୍ୟ ଏକ ଠକେଇ ମାମଲାର ତଦନ୍ତ ଚାଲିଛି। ଗତ ବର୍ଷ ଷ୍ଟକ୍ ଏକ୍ସଚେଞ୍ଜରେ ଶେଟ୍ଟୀଙ୍କ କମ୍ପାନୀଗୁଡିକର ସେୟାର କାରବାର ଉପରେ ପ୍ରତିବନ୍ଧକ ଜାରି କରାଯାଇଥିଲା। ସେହି କମ୍ପାନୀଗୁଡିକର ଋଣ ଉଠାଣ ମିଆଦ ଶେଷ ହୋଇଯାଇ ଥିବାରୁ କମ୍ପାନୀଗୁଡିକରେ ବିନିଯୋଗ କରିବାକୁ କେହି ଇଚ୍ଛୁକ ନୁହଁନ୍ତି।

ଏହି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଗଠିତ କମିଟି ଏହି କମ୍ପାନୀ ନେବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ଡିସେମ୍ବର ମାସରେ ଫିନାବ୍ଲର ବ୍ୟବସାୟର ବଜାର ମୂଲ୍ୟ ୨ ବିଲିୟନ ଡ଼ଲାର ଥିଲା। ଏଥି ସହିତ କମ୍ପାନୀ ଉପରେ ପ୍ରାୟ ଏକ ବିଲିୟନ ଡଲାର ଋଣ ଥିବା କୁହାଯାଇଛି।

Comments are closed.