Odisha Link
Bridging the Missing Links in Odisha

ବିଜେଡ଼ିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଶେଷ, ରାଜ୍ୟ ସପକ୍ଷରେ ପ୍ରସ୍ତୁତ ହେଲା ରଣନୀତି

ଭୁବନେଶ୍ଵର: ଶେଷ ହେଲା ବିଜେଡ଼ିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ସଂଙ୍ଗଠନକୁ ମଜଭୁତ କରିବା ସହିତ କିଭଳି ଲୋକଙ୍କ ସହ ଯୋଡ଼ି ହୋଇ ରହିବ ବିଜେଡ଼ି ଓ ରାଜ୍ୟର ହକ ଓ ସ୍ବାର୍ଥ ପାଇଁ କିଭଳି ଲଢ଼େଇ ଜାରି ରଖିବ ସେ ନେଇ ରଣନୀତି ସ୍ଥିର କରିଛି। କେନ୍ଦୀୟ ଅବହେଳା, ସ୍ବତନ୍ତ୍ର ରାଜ୍ୟ ପାହ୍ୟ, କୃଷକଙ୍କ ସମସ୍ୟକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଲଢ଼ିବ ବିଜେଡି।

ଏହା ସହିତ ସଙ୍ଗଠନ ମଜବୁତତ କରିବା ପାଇଁ ଦଳୀୟ ସମ୍ବିଧାନକୁ ସଂଶୋଧନ କରିଛି। ବିଜେଡି କାର୍ଯ୍ୟକାରୀଣୀ ବୈଠକରେ ରଣନୀତି ସ୍ଥିର ହେବା ସହ ୯ଟି ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟର ହକ ଓ ସ୍ବାର୍ଥ ପାଇଁ କେନ୍ଦ୍ର ବିରୋଧରେ ବିଜେଡି ଲଢ଼େଇ ଜୋରଦାର କରିବ। ସେଥିପାଇଁ କାର୍ଯ୍ୟ ଖସଡା ପ୍ରସ୍ତିତ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

ଓଡ଼ିଶାକୁ ସ୍ବତନ୍ତ୍ର ବିକଶିତ ରାଜ୍ୟର ମାନ୍ୟତା ଦେବା , କେନ୍ଦୀୟ ଅବହେଳା ବନ୍ଦ କରିବା, ମହିଳା ସଶକ୍ତି କରଣ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ରଖିବା, କୃଷି ଓ କୃଷକର ଉନ୍ନତି ପାଇଁ ସ୍ବାମୀନାଥନ କମିଟିର ସୁପାରିଶ ଲାଗୁ କରିବା, ଓଡିଶା ସଂସ୍କୃତି ଓ ଐତିହ୍ୟର ସୁରକ୍ଷା , ଓଡିଶାର ବରପୁତ୍ରମାନଙ୍କ ଗାଁକୁ ଆର୍ଦଶ ଗାଁର ମାନ୍ୟତା ଦେବା,ଅନୁସୂଚିତ ଜାତି ଓ ଜନଜାତି ପୂର୍ଣ୍ଣାଙ୍ଗ ବିକାଶ ଦାବିରେ ବିଜେଡି ଲଢ଼େଇ କରିବ ବୋଲି କାର୍ଯ୍ୟକାରିଣୀରେ ନଷ୍ପତ୍ତି ନେଇଛି।

ବିଜେଡି ସଦସ୍ୟ ସଂଖ୍ୟା ୧କୋଟି ୧ଲକ୍ଷ ୮୦ ହଜାରରେ ପହଞ୍ଚିଛି। ସଙ୍ଗଠନ ବିସ୍ତୃତ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିଛି ବିଜେଡି। ୮ଟି ରୁଲ ଦୁଇଟି କ୍ଲଜରେ ସଂଶୋଧନ କରାଯାଇଛି। ରାଜ୍ୟ ଓ ଜିଲ୍ଲା କମିଟିର ପଦପଦବୀ ସଂଖ୍ୟାରୁ ସୀମା ଉଠାଇଦିଆଯାଇଛି। ସଭାପତି ଯେତେଜଣଙ୍କୁ ଚାହିବେ କମିଟିରେ ରଖିପାରିବେ। ଏପରିକି ଦଳର ପ୍ରତିଦିନ କାର୍ଯ୍ୟ ପାଇଁ ଯାହାକୁ ଚାହିବେ ତାକୁ ଦାୟିତ୍ବ ଦେଇପାରିବେ।

ଏହା ସହିତ ତଣମୃଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ବୁଥ କମିଟି ବଦଳରେ ଓ୍ବାର୍ଡ କମିଟି ଗଠନ କରିବ ବିଜେଡି। ଏହା ସହିତ ଦଳୀୟ କର୍ମୀଙ୍କ ଯଦି ଅକାଳ ବିୟୋଗ ଘଟିଲା ତାଙ୍କୁ ଆର୍ଥିକ ସାହାୟତା ଦେବା ପାଇଁ କର୍ପସ ପାଣ୍ଠି ଗଠନ କରିଛି ବିଜେଡି। ତୃଣ ମୂଳ ସ୍ତରରୁ ସଙ୍ଗଠନକୁ ମଜଭୁତ କରି ରଖିବା ସହିତ ଲୋକଙ୍କ ପାଖକୁ ଯିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ତା ସହିତ ମଧ୍ୟ ଦଳୀୟ ନେତାଙ୍କୁ ଚେତାବନୀ ଦିଆଯାଇଛି । ସମସ୍ତ ନେତା ଓ କର୍ମୀ ବାକ୍ୟରେ ସଞ୍ଜମତା ରକ୍ଷା କରିବା ସହିତ ଅଯଥାରେ ମୁହଁ ନ ଖୋଲିବାକୁ କୁହାଯାଇଛି।

Comments are closed.