Odisha Link
Bridging the Missing Links in Odisha

ପୁରୀ-ସୁରଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ସମ୍ବଲପୁର: ହାତୀକୁ ଧକ୍କା ଦେଇ ପୁରୀ-ସୁରଟ ଏକ୍ସପ୍ରେସ ଲାଇନଚ୍ୟୁତ। ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ହାତୀର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତି ୨ଟା ୪ମିନିଟରେ ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଥିଲା। ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର।

ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ରେଳ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି। ପରେ ଆକ୍ସିଡେଣ୍ଟ ରିଲିଫ୍ ଟିମ ଓ ଆକ୍ସିଡେଣ୍ଟ ରିଲିଫ ମେଡ଼ିକାଲ ଇକ୍ୟୁପମେଣ୍ଟ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା। ରେଢାଖୋଲରେ ଥିବା ଇଞ୍ଜିନ- ୩୭୦୩୮ ପଠା ଯାଇ ଦୁର୍ଘଟଣାଗସ୍ତ ଟ୍ରେନର ୨୨ଟି ବଗିକୁ ହାତୀବାରି ଷ୍ଟେସନକୁ ଅଣାଯାଇଛି।

ଦୁର୍ଘଟଣା ପରେ ଲାଇନ କ୍ଲିୟର ନଥିବାରୁ ପୁରୀ-ଦୁର୍ଗ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ, କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଅଟକ ରଖାଯାଇଛି। ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନର ଡିଆରଏମ ଓ ସମ୍ବଲପୁର ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥିତି ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.