Odisha Link
Bridging the Missing Links in Odisha

ଆସନ୍ତା ୬ ମାସ ଯାଏଁ ମାସ୍କ ବାଧ୍ୟତାମୂଳକ

ମୁମ୍ବାଇ: ଆସନ୍ତା ୬ ମାସ ଯାଏଁ ମାସ୍କ ବାଧ୍ୟତାମୂଳକ। କରୋନା ମହାମାରୀକୁ ମୁକାବିଲା ପାଇଁ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଏଭଳି ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଠାକରେ କହିଛନ୍ତି ଯେ ଆସନ୍ତା ୬ ମାସ ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। କିଛି ବିଶେଷଜ୍ଞ ରାଜ୍ୟରେ ପୁଣିଥରେ ଲକଡାଉନ ଲାଗୁ କରିବାକୁ ଓ ରାତ୍ରିକାଳୀନ କର୍ଫ୍ୟୁ ପାଇଁ ପରାମର୍ଶ ଦେଇଥିବାବେଳେ ରାଜ୍ୟ ସରକାର ଏଭଳି କରିବାକୁ ଚାଁହୁନାହାନ୍ତି’। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଏ ପର୍ଯ୍ୟନ୍ତ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇନଥିବାରୁ କରୋନା ନିୟମ ପାଳନ କରିବାକୁ ଉଦ୍ଧବ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ,’ଆଗାମୀ ୬ମାସ ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଏକ ଅଭ୍ୟାସ ହେବା ଉଚିତ୍’। କୌଣସି ରୋଗର ଚିକିତ୍ସା ଅପେକ୍ଷା ଏହାକୁ ରୋକିବା ଉତ୍ତମ ବିକଳ୍ପ ବୋଲି ଉଦ୍ଧବ କହିଛନ୍ତି। ଲୋକଙ୍କୁ କରୋନା ବିଷୟରେ ସଚେତନ କରୁଥିବାବେଳେ ଠାକରେ କହିଛନ୍ତି ଯେ, ୟୁରୋପୀୟ ଦେଶମାନଙ୍କରେ ଯେପରି ପୁଣି କରୋନା ଲେଉଟିଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

Comments are closed.