Odisha Link
Bridging the Missing Links in Odisha

ଗୁମର ଖୋଲିଲେ ବୋଥ୍ରା: କେମିତି ହୋଇଥିଲା ପରୀ ହତ୍ୟାକାଣ୍ଡ,ଜାଣନ୍ତୁ…

ଭୁବନେଶ୍ବର: ରାଜ୍ୟରେ ଚହଳ ପକାଇଥିବା ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଗୁମର ଖୋଲୁଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)। ପରୀ ହତ୍ୟାକାଣ୍ଡ ଭିଆଇଥିବା ଅପରାଧୀ ଗିରଫ ହେବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ନୟାଗାଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ଯୁକ୍ତ ୩ ଛାତ୍ର ସରୋଜ ସେଠୀ ପରୀକୁ ପ୍ରଥମେ ହତ୍ୟା କରିବା ପରେ ଧର୍ଷଣ କରିବା ପାଇଁ ଚେଷ୍ଟା କରିଥିବା ନେଇ ଶ୍ରୀ ବୋଥ୍ରା ଆଜି କହିଛନ୍ତି।

ଏଥିସହିତ ପରୀର ହତ୍ୟାକରୀ ସରୋଜ ସେଠୀ କିଭଳି ଏଭଳି ଅମାବନୀୟ ଘଟଣା ଘଟାଇଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି ଅରୁଣ ବୋଥ୍ରା। ଅଭିଯୁକ୍ତ ସରୋଜଙ୍କ ବାପା ନାହାନ୍ତି। ତାଙ୍କ ଘରେ ମା’,ଭଉଣୀ ସହିତ ସେ ରୁହେ। ସରୋଜଙ୍କ ମା’ ବାହାରକୁ କାମ କରିବାକୁ ଯାଆନ୍ତି ଓ ତାଙ୍କ ଭଉଣୀ ଚାକିରି କରେ। ନାବାକିଳା ଘରଠାରୁ ସରୋଜର ଘର ପାଖାପାଖି ଦୁଇ ଶହ ମିଟର ଦୂର ହେବ। ସରୋଜର ସାନଭଉଣୀ ସହ ନାବାଳିକାର ଭଲ ସଂପର୍କ ଥିଲା। ଏପରିକି ସରୋଜ ଘରେ ଥିବା ଜାମୁକୋଳି ଖାଇବାକୁ ପିଲାମାନେ ଯାଇଥାଆନ୍ତି। ହେଲେ ଜୁଲାଇ ୧୪ ତାରିଖ ଦିନ ପରୀ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା ବୋଲି ବୋଥ୍ରା କହିଛନ୍ତି।

ନିୟମିତ ମୋବାବଇଲରେ ଶିଶୁ ଯୌନକ୍ରିୟା ଭିଡିଓ ଦେଖେ। ଘଟଣାର ପୂର୍ବଦିନ ଅର୍ଥାତ୍‌ ଜୁଲାଇ ୧୩ ତାରିଖରେ ସରୋଜ ସାରା ରାତି ଅ‌ଶ୍ଳୀଳ ଭିଡିଓ ଦେଖିଛି। ପରେ ଜୁଲାଇ ୧୪ ତାରିଖ ଦିନ ଘରେ କେହି ନଥିବା ସମୟରେ ସେ ଅପରାଧ ଘଟାଇଛି। ପରୀ ଅଭିଯୁକ୍ତଙ୍କ ଘର ପଛପଟେ ଥିବା ଜାମୁକୋଳି ଗଛରୁ କୋଳି ଖାଇବା ପାଇଁ ଏକା ଯାଇଥିବା ବେଳେ ତାକୁ ସରୋଜ ନିଜ ଘରର ପଛପଟେ ଥିବା ଘରକୁ ନେଇ କୁନି ଝିଅର ଦେହରୁ ସମସ୍ତ ବସ୍ତ୍ର ଖୋଲିଛି। ପରୀ ଏହାକୁ ବିରୋଧ କରିବା ପରେ ଅଭିଯୁକ୍ତ ସରୋଜ ତାର ତଣ୍ଟି ଚିପି ହତ୍ୟା କରିବା  ଅଭିଯୁକ୍ତ ସ୍ବୀକାର କରିଥିବା ନେଇ ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା।

କୁନି ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ନେଇ ମଧ୍ୟ ଶ୍ରୀ ବୋଥ୍ରା କହିଛନ୍ତି। ଅଭିଯୁକ୍ତ ଦୁଷ୍କର୍ମ କରିବାରେ ବିଫଳ ହୋଇଥିଲେ ବି ତାର ରେତ ସ୍ଖଳନ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅରୁଣ ବେଥ୍ରା। ହତ୍ୟା କରିବା ପରେ ସେଏକ ଝୋଟ ବସ୍ତାରେ ଶବ ଓ ପରୀ ପିନ୍ଧିଥିବା ଫ୍ରକ୍‌ ପୁରାଇ ପୋଖରୀ କଡ଼କୁ ଫିଙ୍ଗି ଦେଇଥିଲା। ପରେ ଉକ୍ତ ବସ୍ତା ପୂରାଇ ଫିଙ୍ଗି ତା ଉପରେ ଡାଳପତ୍ର ଲଦି ଦେଇଥିଲା। ହେଲେ ଝିଅଟି ପିନ୍ଧିଥିବା ପ୍ୟାଣ୍ଟଟିକୁ ସେ ନେବା ଭୁଲି ଯାଇଥିଲା। ପରେ ପ୍ୟାଣ୍ଟଟିକୁ ନେଇ ପୋଖରୀରେ ଫିଙ୍ଗିଥିବା କହିଛି ଅଭିଯୁକ୍ତ। ଏନେଇ ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା।

ଏଥିସହିତ ସେ ଆହୁରି କହିଛନ୍ତି ଯେ,ଏହି ଘଟଣାର କୌଣସି ଆଇ ଓ୍ବିଟ୍‌ନେସ୍‌ ଏପର୍ଯ୍ୟଡ଼୍ତ ଏସ୍‌ଆଇଟିକୁ ହସ୍ତଗତ ହୋଇ ନାହିଁ। ମୋର ୨୨ ବର୍ଷର ପୋଲିସ ଚାକିରିରେ ଏହା ଏକ ବିଭତ୍ସ ଘଟଣା ବୋଲି ଶ୍ରୀ ବୋଥ୍ରା କହିଛନ୍ତି। ଅପରପକ୍ଷେ ମଙ୍ଗଳବାରଠୁ ତିନି ଦିନ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ଏସ୍‌ଆଇଟି। ଅପରାଧ ନେଇ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କିଛି ପ୍ରମାଣ ଉପସ୍ଥାପନା କରିଥିବା ବେଳେ ପରେ ଅଧିକ ପ୍ରମାଣ ଦିଆଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

Comments are closed.