Odisha Link
Bridging the Missing Links in Odisha

ପୁରୀ ହାଜତ ମୃତ୍ୟୁ ମାମଲା: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: ପୁରୀ ହାଜତ ମୃତ୍ୟୁ ମାମଲାର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏଥିସହ ମାମଲା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଛି କି ନାହିଁ। ପୋଲିସଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ପଚାରି ବୁଝିଛନ୍ତି ହାଇକୋର୍ଟ।

ଏହାସହ ହାଜତ ମୃତ୍ୟୁରେ ପ୍ରାଣ ହରାଇଥିବା ଯୁବକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ନ୍ୟାୟିକ ତଦନ୍ତ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଓ ଆକ୍ସନ ଟେକେନ ରିପୋର୍ଟ ବି ମଗାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ମଧ୍ୟରେ ସବୁ ଡକ୍ୟୁମେଣ୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଠିକ୍ ଦିଗରେ ତଦନ୍ତ ଉପରେ ଦୃଷ୍ଟି ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ ଜାରି କରିଥିଲେ। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ।

Comments are closed.