Odisha Link
Bridging the Missing Links in Odisha

ଚନ୍ଦ୍ରରେ ହେବ ପନିପରିବା ଚାଷ !

ନୂଆଦିଲ୍ଲୀ: ଚନ୍ଦ୍ରରେ ହେବ ପନିପରିବା ଚାଷ। ଏନେଇ ଚୀନ ଗବେଷଣା ଆରମ୍ଭ କରିଛି । ଚୀନର ବୈଜ୍ଞାନିକମାନେ ଚନ୍ଦ୍ରରୁ ମାଟି ଆଣି ତାହାକୁ କିପରି ଉପଯୋଗ କରାଯିବ, ସେନେଇ ରିସର୍ଚ୍ଚ କରୁଛନ୍ତି।

ଚନ୍ଦ୍ରରେ ଥିବା ମାଟିରେ ପୋଷକ ତତ୍ତ୍ୱ ନାହିଁ। ଫଳରେ ଏହା ସବଜି ଚାଷ ନିମନ୍ତେ ଅନୁକୂଳ ନୁହେଁ । ଏହାର ଉପଯୋଗ ଅନ୍ୟ କାର୍ଯ୍ୟରେ କରାଯାଇପାରେ । ଏନେଇ ଗ୍ଲୋବାଲ ଟାଇମ୍ସ ତରଫରୁ ପୂର୍ବରୁ ସୂଚନା ଦିଆଯାଇଛି ।

୨୦୧୩ ମସିହା ପରଠାରୁ ଚୀନ ତିନିଥର ଏନେଇ ଗବେଷଣା କାର୍ଯ୍ୟ କରିସାରିଛି। ୨୦୧୯ ଜାନୁଆରୀ ମାସରେ ଚୀନ ଅନ୍ତରୀକ୍ଷ ଯାନ ‘ଚାଙ୍ଗ ଇ-୪’ ନାମକ ଏକ କ୍ଷୁଦ୍ର ରୋବୋଟିକ୍ ରୋଭର ଦ୍ୱାରା ଚନ୍ଦ୍ରର ବହୁ ଦୂରରେ ଅବତରଣ କରି ଇତିହାସ ରଚିଥିଲା।

୪୦ ବର୍ଷ ପୂର୍ବରୁ ଆମେରିକା ଚନ୍ଦ୍ରର ନମୂନା ଏକତ୍ରିତ କରିବା ପାଇଁ କିଛି ମହାକାଶ ଯାତ୍ରୀଙ୍କୁ ପଠାଇଥିଲା । ମହାକାଶରେ ଚୀନର ଏଭଳି ଅଭିଯାନ ହେଉଛି ବିଶ୍ୱରେ ପ୍ରଥମ ।

Comments are closed.