ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି। ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ।
କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ ଉପସ୍ଥିତ ଥିଲେ। ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଯାଇଛି।
ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି। ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି।